ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ

ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ

ଜମ୍ମୁ-କଶ୍ମୀର କୁପୱାଡ଼ା ଜିଲ୍ଲାର ଗୁଗଲଧର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ । ଏନେଇ ଭାରତୀୟ ସେନାର ଚିନାର କର୍ପସ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଗତକାଲିଠୁ ଉକ୍ତ ସ୍ଥାନରେ ଗୁଳି ବିନିମୟ ଜାରି ରହିଛି । ଗୁଗଲଧର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀ ଖବର ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସେହି ଅଞ୍ଚଳକୁ ଚାରି ପଟୁ ଘେରି ରହିଥିଲେ ସୁରକ୍ଷା ବାହିନୀ, ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜମ୍ମୁ-କଶ୍ମୀରରେ ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି । ଘାଟିରେ ଶାନ୍ତି ବଜାୟ ରଖିବା ପାଇଁ ସେନା ପକ୍ଷରୁ ପ୍ରୟାସ ଜାରି ରହିଛି ।

Leave a Reply

Your email address will not be published. Required fields are marked *