କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି। କାର୍ୟ୍ୟରେ ଅବହେଳା ପାଇଁ ଦୁଇ ଜଣ ପୋଲିଂ ଅଫିସରଙ୍କୁ ସସପେଣ୍ଡ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲାର ଏକ ବୁଥରେ ନିୟୋଜିତ ତେଜାଂଶୁ ସାହୁ ଓ ଗଞ୍ଜାମ ଜିଲ୍ଲାରେ ଜଣେ ପୋଲିଂ ଅଧିକାରୀ ସସପେଣ୍ଡ ହୋଇଛନ୍ତି। ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୩୯.୩୦% ମତଦାନ ହୋଇଛି। ସେହିପରି ୧୧ଟା ସୁଦ୍ଧା ରାଜ୍ୟରେ ୨୩.୨୮% ମତଦାନ ହୋଇଥିଲା। କଳାହାଣ୍ଡି ଲୋକସଭା ୨୫.୦୩% ମତଦାନ ହୋଇଥିବା ବେଳେ ନବରଙ୍ଗପୁର ୨୫.୩୦%,କୋରାପୁଟ ୨୪.୪୩%, ବ୍ରହ୍ମପୁର ୧୮.୯୯% ମତଦାନ ଓ ନୂଆପଡ଼ାରେ ୨୭.୮୮% ଓ ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫% ମତଦାନ ହୋଇଥିଲା। ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।