IPL ନିଲାମ ତାଲିକାରେ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡ଼ିଛି ବିସିସିଆଇ

IPL ନିଲାମ ତାଲିକାରେ ୨ ଓଡ଼ିଆ

IPL ନିଲାମ ତାଲିକାରେ ୨ଓଡ଼ିଆ । IPL ଅକ୍ସନ ତାଲିକାରେ ଯୋଡ଼ି ହୋଇଛି ୨ ଓଡ଼ିଆ କ୍ରିକେଟରଙ୍କ ନାଁ । ୨ ଓଡ଼ିଆ କ୍ରିକେଟରଙ୍କୁ IPL ନିଲାମ ତାଲିକାରେ ଯୋଡ଼ିଛି ବିସିସିଆଇ । ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ରହିଛି । ଉଭୟଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା ।୨୫ ବର୍ଷିୟ ରାଜେଶ ମହାନ୍ତି ଅଲରାଉଣ୍ଡର । ୨୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ୨୭ ୱିକେଟ ନେବା ସହ ମୋଟ ୧୦୦ ରନ କରିଛନ୍ତି । ସେହିପରି ୨୫ ବର୍ଷିୟ ସ୍ୱସ୍ତିକ ସାମଲ ୧୩ଟି ଟି-୨୦ ଖେଳି ୩୬୨ ରନ କରିଛନ୍ତି । ସର୍ବାଧିକ ରନ ରହିଛି ୧୦୫ । ମୋଟ ୩୬୯ ଜଣ ଖେଳାଳି ନିଲାମ ତାଲିକାରେ ଅଛନ୍ତି ।ଆଜି ଆଇପିଏଲ୍ ନିଲାମୀ । ୨୦୨୬ ଆଇପିଏଲ୍ ସିଜିନ୍ ପାଇଁ ଆବୁଧାବିରେ ଖେଳାଳି ନିଲାମୀ ବା ‘ମିନି ଅକ୍ସନ’ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅପରାହ୍ନ ୨ଟା ୩୦ ମିନିଟରେ ଏହି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *