କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶାର ୨ ଜଣ ଆଇଏଏସ୍ ଅଧିକାରୀ

କେନ୍ଦ୍ରୀୟ ଡେପୁଟେସନରେ ଦୁଇଜଣ ଆଇଏଏସ୍ ଅଧିକାରୀ

ଓଡ଼ିଶାର ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି ।  ଏ ସମ୍ପର୍କରେ ସୋମବାର ଦିନ ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନା ଅନୁଯାୟୀ, ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି ଏବଂ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ଦିଲ୍ଲୀର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଭାବରେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ।  ଭାରତ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଆଜି ଏହି ସମ୍ପର୍କରେ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ଏକ ଚିଠି ଜାରି କରାଯାଇଛି।ସେହିପରି, ୨୦୧୪ ବାଥ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଶ୍ରୀ ସ୍ୱାଧା ଦେବ ସିଂହଙ୍କୁ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ନୂଆଦିଲ୍ଲୀର ଆରଜିଆଇ (ମୁଖ୍ୟାଳୟ) କାର୍ଯ୍ୟାଳୟରେ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ / ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଉପସଚିବ ସ୍ତରୀୟ) ପଦବୀରେ ନିଯୁକ୍ତି ଦିଆଯାଇଥିଲା।