କାଲି ଓଡ଼ିଶା ଆସିବ ଡବଲ ଡେକର ବସ୍
କାଲି ଓଡ଼ିଶା ଆସିବ ଡବଲ ଡେକର ବସ୍ । ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ବସ୍ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ କହିଛନ୍ତି ମନ୍ତ୍ରୀ। ଆସନ୍ତା ୮ରୁ ୧୦ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ। ଉକ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ। ତାହା ପୂର୍ବରୁ ରାଜଧାନୀର ରାଜରାସ୍ତାରେ ଟ୍ରାଏଲ ରନ୍ କରିବ ଡବଲ ଡେକର୍ ବସ୍। ପରେ ସାଧାରଣ ଲୋକଙ୍କ ପାଇଁ ଏହା ବ୍ୟବହୃତ ହେବ। ମୁମ୍ୱାଇର ଏକ ସଂସ୍ଥା ଏହି ବସ୍ ତିଆରି କରୁଛି। ପ୍ରଥମ ପର୍ୟ୍ୟାୟରେ ୨ଟି ବସ୍ ଆସୁଛି। ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍ ଆସିବ ବୋଲି ଜଣାପଡ଼ିଛି। ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସ୍ରେ ରହିଛି ଓଡ଼ିଶା କଳା ଓ ସଂସ୍କୃତି ଛାପ। ବସ୍ରେ କୋଣାର୍କ ଚକ, ଧୌଳି ଶାନ୍ତିସ୍ତୁତ, ଗୋଟିପୁଅ ନୃତ୍ୟ ଓ ଅନ୍ୟାନ୍ୟ କଳାକୃତିର ଛାପ ରହିଛି।
