ଆଗାମୀ ୨ ଦିନରେ ଓଡ଼ିଶା ଆସିବେ ୨ ମୁଖ୍ୟମନ୍ତ୍ରୀ, ୨ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ଆସିବେ ଡ୍ରିମଗାର୍ଲ ହେମାମାଳିନୀ

ଓଡ଼ିଶା ଆସିବେ ବିଜେପି ନେତ୍ରୀ ତଥା ଡ୍ରିମଗାର୍ଲ ହେମାମାଳିନୀ । ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର, ଭୋଟରଙ୍କୁ କରିବେ ଭୋଟ ଅପିଲ । ସୂଚନା ମୁତାବକ, ବଦଳିଛି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏଥିରେ ସାମିିଲ ହୋଇଛନ୍ତି ହେମାମାଳିନୀ । ତାଲିକାରେ ସ୍ଥାନ ପାଇଛନ୍ତି ଅର୍ଜୁନ ମୁଣ୍ଡା, ବିଷ୍ଣୁଦେବ ସାଏ , କେଦାରନାଥ କଶ୍ୟପ । ତେବେ ଏଥର ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱର ଫୋକସରେ ରହିଛି ଓଡିଶା । ଏଥର ରାଜ୍ୟରେ ବିଜେପି ସରକାରଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ବିଜେପିର କେନ୍ଦ୍ର ନେତା ଓ ମନ୍ତ୍ରୀ ।

ଏଥିସହ ଆଗାମୀ ୨ ଦିନରେ ଓଡିଶା ଆସିବେ ୨ ମୁଖ୍ୟମନ୍ତ୍ରୀ, ୨ କେନ୍ଦ୍ରମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ମାରାଥନ୍ ପ୍ରଚାର ।୮ ଓ ୯ ତାରିଖରେ ଓଡିଶା ଆସୁଛନ୍ତି ୨ ମୁଖ୍ୟମନ୍ତ୍ରୀ । ୮ ତାରିଖରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡିଶା ଆସୁଛନ୍ତି । ସେ ଉଭୟ ୮ଓ ୯ ତାରିଖରେ ନବରଙ୍ଗପୁର ଓ କୋରାପୁଟ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହାପରେ ୯ ତାରିଖରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ସେ ମଧ୍ୟ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ମାରାଥନ୍ ପ୍ରଚାର କରିବେ । ଏହାସହ ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓଡିଶା ଆସିବାକୁ ଥିବାବେଳେ ୯ରେ ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ ପୁରୀ କୃଷ୍ଣପ୍ରସଦରେ ଜନସଭାକୁ ସମ୍ବୋଧନ କରିବା ସହ ରାଜ୍ୟରେ ବିଜେପି ସରକାରର ଆବଶ୍ୟକତାକୁ ପ୍ରତିପାଦନ କରିବାକୁ ଚେଷ୍ଟା କରିବେ । ତେବେ ରାଜ୍ୟରେ ବିଜେପି ସରକାରକୁ ନିଶ୍ଚିତ କରିବାକୁ ଓଡ଼ିଶା ମୁହାଁ ହେଉଛନ୍ତି କେନ୍ଦ୍ର ନେତୃତ୍ୱ ।