ଅଯୋଧ୍ୟାରେ ଏକା ସାଙ୍ଗରେ ଜଳିବ ୨୬ ଲକ୍ଷ ଦୀପ
ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟା ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଆଜି ଅଯୋଧ୍ୟାକୁ ଏକାସାଙ୍ଗରେ ୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ କରାଯିବ । ଏଥିପାଇଁ ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହ ଘାଟ ସମେତ ୫୬ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି । ଦୀପାବଳି ପାଇଁ ସଜେଇ ହୋଇଛି ସାରା ସହର । ଦୀପୋତ୍ସବ ପାଇଁ ବିଭିନ୍ନ ସାଂସ୍କୃତିମ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା କରାଯାଇଛି ।ସେହିପରି ଦୀପୋତ୍ସବରେ ଲେଜର ସୋ’ ଆୟୋଜନ କରାଯାଇଛି । ଏଥିର ୟୁପି ସହିତ ଅନେକ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଲେଜର ସୋ’ରେ ରାମଙ୍କ ଜୀବନର ଝଲକ ଦେଖିବାକୁ ମିଳିବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଦୀପୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଦୀପୋତ୍ସବରେ ପୁଣିଥରେ ବିଶ୍ୱ ରେକର୍ଡ କରିବେ । ଗତବର୍ଷ ଦୀପାବଳିରେ ୧୫ ଲକ୍ଷ ଦୀପ ଲଗାଇବା ପାଇଁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।
