ବଢିଲା ସ୍କୁଲ ପିଲାଙ୍କ ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରା ଛୁଟି ଅବଧିକୁ ବଢାଇଛନ୍ତି ସରକାର । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ପରିବର୍ତ୍ତେ ଅଧିକ ଦୁଇ ଦିନ ପାଇଁ ଖରା ଛୁଟିକୁ ବୃଦ୍ଧି କରାଯାଇଛି । ଆସନ୍ତା ୧୯ ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ବର୍ତ୍ତମାନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି ।
Related Posts
ପଦ୍ମ ସମ୍ମାନିତଙ୍କ ପାଇଁ ବଡ଼ ଘୋଷଣା
- User 003
- March 13, 2024
- 0
୩ଅଭିଯୁକ୍ତଙ୍କୁ ମାରାଥନ ଜେରା
- Jajati express Reporter
- July 8, 2023
- 0
ବିଜେଡିର ଟିକଟ କସରତ
- User 003
- March 21, 2024
- 0