ଅକ୍ଟୋବର ୫ରେ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା
ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା। ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ। ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି । ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନ ଯୋଜନା । ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୭ଟି କିସ୍ତି ପଠାଯାଇସାରିଲାଣି । ସରକାର ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ ୨ ହଜାର ୨ହଜାର ଟଙ୍କା ପଠାଯାଏ।