ରାଜ୍ୟରେ ଆଉ ୧, ୮୮୯ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
ରାଜ୍ୟରେ ଆଉ ୧, ୮୮୯ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ । ରାଜ୍ୟର ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୮୮୯ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର କୋଠାକୁ ଉଦଘାଟନ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନଫରେନସୀ ଜରିଆରେ ସମସ୍ତ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏଣିକି ନିଜସ୍ୱ ଗୃହରେ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର । ପୂର୍ବରୁ ଅନେକ ଅଙ୍ଗନବାଡ଼ି କେନ୍ଦ୍ର ନିଜସ୍ୱ ଗୃହ ଅଭାବରୁ ବିଭିନ୍ନ ସ୍କୁଲ କିମ୍ବା ଗୋଷ୍ଠୀ କେନ୍ଦ୍ର ମାନଙ୍କରେ ପରିଚାଳିତ ହେଉଥିଲା ।ଏହି ନୂତନ ଗୃହଗୁଡ଼ିକର ନିର୍ମାଣ ଫଳରେ ଏବେ ଶିଶୁ ଏବଂ ମହିଳାମାନେ ଏକ ସ୍ୱତନ୍ତ୍ର ତଥା ଉନ୍ନତ ପରିବେଶରେ ସରକାରୀ ସେବା ପାଇପାରିବେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ସୁନ୍ଦର, ସକ୍ଷମ, ସୁଦୃଢ଼ ଅଙ୍ଗନବାଡ଼ି ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ୨୦୨୭ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଯେପରି ନିଜସ୍ୱ ଗୃହ ପାଇବେ, ସେଥିପାଇଁ ଆମେ ଲକ୍ଷ୍ୟ ରଖାଯାଇଛି ।
