ରାଜ୍ୟରେ ଖାଲି ପଡ଼ିଛି ୧୮୨ ଆଇଏଏସ୍, ଆଇପିଏସ୍ ପୋଷ୍ଟ
ରାଜ୍ୟରେ ଆଇଏଏସ୍ ଆଉ ଆଇପିଏସଙ୍କ ମରୁଡି । ଖାଲି ପଡ଼ିଛି ୧୮୨ ପୋଷ୍ଟ । ରାଜ୍ୟର ବିଧାନସଭାର ପ୍ରଶ୍ନୋତ୍ତରରୁ ଏମିତି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ସୂଚନା ମୁତାବକ, ରାଜ୍ୟରେ ଏବେ ବି ୧୮୨ ଆଇଏଏସ୍, ଆଇପିଏସ୍ ଆଉ ଆଇଏଫଏସ୍ ପଦବୀ ଫାଙ୍କା ପଡ଼ିଛି । ଏନେଇ ଲିଖିତ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ତେବେ ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ରାଜ୍ୟର ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ସେବାରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା କେତେ? ଆଉ ଆଜିର ଦିନରେ କେତେ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି?
