୨୦୨୪ରେ ହୋଇଛି ସବୁଠୁ ବଡ଼ ଭିଜିଲାନ୍ସ ରେଡ୍

୨୦୨୪ରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ୧୮୧ ସରକାରୀ ବାବୁ

୨୦୨୪ରେ ହୋଇଛି ସବୁଠୁ ବଡ଼ ଭିଜିଲାନ୍ସ ରେଡ୍ । ବର୍ଷକ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ୧୮୧ ସରକାରୀ ବାବୁ । କେବଳ ଅଫିସର ନୁହଁନ୍ତି ସେମାନଙ୍କ ସହଯୋଗୀଙ୍କୁ ବାନ୍ଧିବା ସହ ସେମାନଙ୍କ ନାଁରେ ରୁଜୁ ହୋଇଛି ୨୦୦ରୁ ଅଧିକ ମାମଲା । ରେଡ୍ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଇଛି ଭିଜିଲାନ୍ସ । ୧୮୧ ଜଣ ସରକାରୀ ଅଫିସରଙ୍କ ମଧ୍ୟରେ ୫୦ ଜଣ କ୍ଲାସ୍ ୱାନ୍ ଅଫିସର, ୬ ଜଣ ଚିଫ୍ ଇଞ୍ଜିନିୟର, ଅବକାରୀ ଯୁଗ୍ମ କମିଶନର, ଡେପୁଟି ଡାଇରେକ୍ଟର ଫିସେରୀ, ସିଟି-ଜିଏସଟିର ଦୁଇ ଜଣ ଆସିଷ୍ଟାଣ୍ଟ କମିଶନର, ୨ ତହସିଲଦାର, ୨ ବିଡିଓ, ୩ ସିଏସଓ ରହିଛନ୍ତି ।

ଏହା ସହ ୧୯ ଜଣ ଇଞ୍ଜିନିୟର, ୨୨ ରାଜସ୍ୱ ଅଧିକାରୀ, ୨୦ ଜଣ ପିଆର, ଡିଡବ୍ଲୁ ଅଫିସିଆଲ ସହ ୯ ଜଣ ପୁଲିସ ଅଧିକାରୀ ବି ଗିରଫ ହୋଇଛନ୍ତି । ଏତିକିରେ ସରିନି ଅସାଧୁ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଭିଜିଲାନ୍ସ ୫ ଡାକ୍ତର, ୩ ବନ ଅଧିକାରୀଙ୍କୁ ବି ଗିରଫ କରିଛି । ୬୦ରୁ ଅଧିକ ଆୟ ବହିର୍ଭୂତି ସଂପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୩୧ କୋଟି ଟଙ୍କା ସିଜ୍ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଜିଲାନ୍ସ ୯୬ଟି ଟ୍ରାପ କେସ୍ ରୁଜୁ କରିଥିଲା । ଯାହାଦ୍ୱାରା ୧୧୫ଜଣଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ସେମାନଙ୍କ ମଧ୍ୟରୁ ୯୯ ଜଣ ହେଉଛନ୍ତି ସରକାରୀ ଅଧିକାରୀ । ଏହି ଅଧିକାରୀମାନେ ମୋଟ ୧୯ ଲକ୍ଷ ୨୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *