୧୫ ଦିନରେ ୧୭ଟି ଜାହାଜ ଉପରେ ଆକ୍ରମଣ
ସମୁଦ୍ରରେ ଯୁଦ୍ଧ । ୧୫ ଦିନରେ ୧୭ଟି ଜାହାଜ ଉପରେ ଆକ୍ରମଣ । ଜଳୁଛି ମାଲବାହୀ ଜାହାଜ। ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଏବେ ସମୁଦ୍ର ପଥକୁ ଅଶାନ୍ତ କରିଦେଇଛି । ବ୍ରିଟେନର ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ ଅନୁଯାୟୀ ଗତ ଦୁଇ ସପ୍ତାହ ମଧ୍ୟରେ ଅତି କମରେ ୧୭ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଛି । ମୁଖ୍ୟତଃ ପର୍ସିଆନ ଗଲ୍ଫ , ହର୍ମୁଜ ପ୍ରଣାଳୀ ଏବଂ ଓମାନ ଗଲ୍ଫରେ ଏହି ଆକ୍ରମଣ ଜାରି ରହିଛି । ଏହାକୁ ଅତ୍ୟନ୍ତ “ସଂକଟଜନକ” ସ୍ଥିତି ଭାବେ ଘୋଷଣା କରାଯାଇଛି । ମାର୍ଚ୍ଚ ୧ ତାରିଖରେ ‘MKD VYOM’ ନାମକ ଏକ ତେଲ ବାହୀ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ଡ୍ରୋନ୍, ମିସାଇଲ୍ ଏବଂ ସମୁଦ୍ର ମଧ୍ୟରେ ବିସ୍ଫୋରଣ ମାଧ୍ୟମରେ ଜାହାଜଗୁଡ଼ିକୁ ଟାର୍ଗେଟ୍ କରାଯାଉଛି।
