ବଜେଟରେ ୧୬ଟି ନୂଆ କାର୍ଯ୍ୟକ୍ରମକୁ ଅନୁମୋଦନ
ରାଜ୍ୟ ବଜେଟ 2026-27 ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ବଜେଟ ଆକାର 3 ଲକ୍ଷ 10 ହଜାର କୋଟି । ପ୍ରଶାସନିକ ଖର୍ଚ୍ଚ 1 ଲକ୍ଷ 14 ହଜାର କୋଟି । କାର୍ଯ୍ୟକ୍ରମ ଖର୍ଚ୍ଚ 1 ଲକ୍ଷ 80 ହଜାର କୋଟି । ଗତ ବର୍ଷ ତୁଳନା ରେ 6.9 ପ୍ରତିଶତ ବଜେଟ ବୃଦ୍ଧି । ବଜେଟରେ ୧୬ଟି ନୂଆ କାର୍ଯ୍ୟକ୍ରମକୁ ଅନୁମୋଦନ କରାଯାଇଛି । ଭିବୀ ଜି ରାମ ଜି ଯୋଜନା ପାଇଁ ୫ହଜାର ୫ଶହ ୭୫ କୋଟି ଟଙ୍କା ।ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬ଶହ ୩୫ କୋଟି ଟଙ୍କା , ମଡେଲ ମଣ୍ଡି ପାଇଁ ଶହେ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ପାଇଁ ଶହେ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ ପାଇଁ ୨ଶହ ୪୦ କୋଟି ଟଙ୍କା, ରେଆର ଆର୍ଥ କରିଡର ପାଇଁ ୧୦ କୋଟି ଟଙ୍କା, ବିଛିନ୍ନ ଅଞ୍ଚଳକୁ ଯୋଗାଯୋଗ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଷ୍ଟେଟ AI ମିଶନ ପାଇଁ ୨୩କୋଟି , ଟୁରିଯିମ ଲାଣ୍ଡ ବ୍ୟାଙ୍କ ସ୍କିମ ପାଇଁ ଶହେ ୫୦ କୋଟି, ଡାଲଖାଇ ଯୋଜନା ପାଇଁ ୨ଶହ ୨୦ କୋଟି ବ୍ୟୟ ବରାଜ ହୋଇଛି ।ଫିଟ ଓଡିଶା ମିଶନ ପାଇଁ ମଧ୍ୟ ୧୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
