୧୬ ଲକ୍ଷ ୭୩କୋଟି ପୁଞ୍ଜି, ୧୨ଲକ୍ଷ ୮୮ ହଜାର ନିଯୁକ୍ତି
ଅପାର ସଫଳତା ଆଣିଛି ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ୨୦୨୫ । ୧୪୫ଟି mou ସ୍ବାକ୍ଷରିତ ହୋଇଛି । କାୟାକଳ୍ପ ପରିବର୍ତ୍ତନ କରିବ ଶିଳ୍ପ କ୍ଷେତ୍ରରେ । ନୂଆ ଯୁଗରେ ଓଡ଼ିଶା ଯିବ । ୧୨ଲକ୍ଷ ୮୯ହଜାର ପୁଞ୍ଜି ବିନିଯୋଗ ହେବ । ୮ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ।୪୪୮ ଟି ପ୍ରସ୍ତାବ ଆସିଛି । ୩ଲକ୍ଷ ୯୨ ହଜାର ନିଯୁକ୍ତି ସୃଷ୍ଟି ହେବ । ୨୦ଟି ପ୍ରୋଜେକ୍ଟ ୫୯୩ କ୍ଷେତ୍ରରେ କାର୍ଯ୍ୟକାରୀ ହେବ । ୧୬ ଲକ୍ଷ ୭୩ କୋଟି ପୁଞ୍ଜି ୧୨ଲକ୍ଷ ୮୮ ହଜାର ନିଯୁକ୍ତି । ୧୬ ଟି ଦେଶର ପ୍ରତିନିଧି ଯୋଗଦେଇଥିଲେ। ୨୦୩୬ ସୁଧା ସମୃଦ୍ଧ ଓଡ଼ିଶା ଗଠନ ହେବ । ୨୦୪୭ ବିକଶିତ ଭାରତ ରେ ଯୋଡ଼ି ହେବ ଓଡ଼ିଶା ।

ଚଳିତ ବର୍ଷର ଉତ୍କର୍ଷ ଓଡ଼ିଶା ମେକିନ ଓଡ଼ିଶା ନୂଆ ସରକାର ପାଇଁ ଚ୍ୟାଲେଞ୍ଜ ଥିଲା । କିନ୍ତୁ କରି ଦେଖାଇଲୁ। ଆମ ସରକାରଙ୍କ ପ୍ରତିବଦ୍ଧତା ଶିଳ୍ପ କ୍ଷେତ୍ରରେ ରହିଛି । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ସମ୍ପୂର୍ଣ ସହମତି ଜଣାଇଥିଲେ । ଓଡ଼ିଶା ବାସୀଙ୍କ ସହ ଦୃଢ଼ ଭାବେ ମୋଦୀଜି ଛିଡା ହୋଇଛନ୍ତି । ଡବଲ ଇଞ୍ଜିନ ସରକାରର ଯାହା ଭୂମିକା ରହିବା କଥା ତାକୁ ସେ କାର୍ଯ୍ୟ କରିଚାଲିଛନ୍ତି । ନୂଆ ଓଡ଼ିଶା ସମୃଦ୍ଧ ଓଡିଶା ଗଠନ ପାଇଁ ସେ ବାରମ୍ବାର ଓଡ଼ିଶା ଆସି ଆମକୁ ବଳ ଯୋଗାଉଛନ୍ତି । ମୋଦି ଗ୍ୟାରେଣ୍ଟି କହି ଯାଇଛନ୍ତି । ଉତ୍ସାହ ପୂର୍ଣ୍ଣ ସତ ପ୍ରତିଶତ ସଫଳ ହୋଇଛି । ଉତ୍କର୍ଷ ଓଡ଼ିଶାର ସଫଳତା କହୁଛି ଆଗାମୀ ଦିନରେ ଆମ ନୂଆ ଓଡିଶା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସାମିଲ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ସଫଳତା ନେଇ ସାଢେ ଚାରି କୋଟି ଓଡିଶାବାସୀ ଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
