୧୪ ଜଣ ହାର୍ଡକୋର ମାଓବାଦୀ କଲେ ଆତ୍ମସମର୍ପଣ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଏସପିଙ୍କ ନିକଟରେ ୧୪ ଜଣ ହାର୍ଡକୋର ମାଓବାଦୀ କଲେ ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୫ ଜଣ ଜଣ ମହିଳା ଥିବା ବେଳେ ଅନ୍ୟ ସବୁ ପୁରୁଷ ମାଓବାଦୀ ରହିଛନ୍ତି । ଏମାନଙ୍କ ନାଁ ରେ ପୁର୍ବରୁ ସରକାର ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଏମାନେ ସମସ୍ତେ ଦୀର୍ଘ ଦିନ ଧରି ହାର୍ଡଖୋର ମାଓ ନେତା ହିଡ଼ମା ର ନେତୃତରେ ସୁକୁମା ଜିଲ୍ଲା ସହ ବିଜାପୁର ଓ ଦାନ୍ତେବାଡା ଜିଲ୍ଲାରେ ଅନେକ ହିଂସାକାଣ୍ଡ ଘଟେଇଛନ୍ତି ତେବେ ବର୍ତ୍ତମାନ ସରକାରଙ୍କ ନୀତି କଠୋର ହେବା ଦେଖି ନିଜ ଜୀବନ ବଞ୍ଚାଇବା ଲାଗି ଆତ୍ମସମର୍ପଣ କରିଥିବା ପୋଲିସ ନିକଟରେ କହିଛନ୍ତି । ବିଶେଷ କରି ସରକାରଙ୍କ ଆତ୍ମସମର୍ପଣ ନୀତି ରେ ଆକର୍ଷିତ ହୋଇ ସରେଣ୍ଡର କରିଛନ୍ତି ଏହି ମାଓବାଦୀ। ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ ମାଓବାଦୀ ଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସୁକୁମା ଏସପି କିରଣ ଚୌହାନ।
