ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ 1307ଟି ଟିଚିଂ ଷ୍ଟାଫ ନାହାନ୍ତି: ସୂର୍ଯ୍ୟବଂଶୀ ସୁରଜ

ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା। ଆମେ ଏ ବିଲ ଆଣିବା ପାଇଁ ବ୍ୟସ୍ତ ଅଛୁ କାରଣ, ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ 1307 ଟି ଟିଚିଂ ଷ୍ଟାଫ ନାହାନ୍ତି। ଆମେ ସେଥିପାଇଁ ଅବସରପ୍ରାପ୍ତଙ୍କୁ ନେଇ ନିଯୁକ୍ତି ଦେଇଛୁ । 16 ପ୍ରତିଶତ ପ୍ରଫେସର, 44 ପ୍ରତିଶତ ଆସିଷ୍ଟାଣ୍ଟ ପ୍ରଫେସର ଆମ ପାଖରେ ଅଛନ୍ତି । 45 ପ୍ରତିଶତ ପ୍ରଫେସରଙ୍କୁ ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଚାଲୁଛି। ରାଜ୍ୟରେ ଆଠଟି ବିଶ୍ୱବିଦ୍ୟାଳୟରେ ନାକ ଗ୍ରେଡ଼ ରହିଛି । ଆଉ 9 ଟି ବିଶ୍ୱବିଦ୍ୟାଳୟ ନାକ ଗ୍ରେଡ଼ ପାଇ ନାହିଁ । ବିଶ୍ୱବିଦ୍ୟାଳୟରେ ଯଦି ଅଧ୍ୟାପକଠାରୁ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ ପୂରଣ ନ ହୁଏ ତେବେ ନାକ ପାଇବା ଏବଂ ଫଣ୍ଡ ମିଳିବାରେ ସମସ୍ୟା ସୃଷ୍ଟି କରୁଛି । ଗତ ସମୟରେ ନାହିଁ ନାହିଁରେ ଥିଲା ଉଚ୍ଚ ଶିକ୍ଷା ବିଭାଗ । ମୂଳ ଆବଶ୍ୟକତା ନଥିଲା । ବିଶ୍ୱବିଦ୍ୟାଳୟରେ ସରକାରୀ ନିୟନ୍ତ୍ରଣ ନିର୍ଯାତନା ଦେଉଥିଲା । ତକିଆ ତଳେ ମୁହଁ ଲୁଚେଇ କାନ୍ଦୁଥିଲେ । ପୂର୍ଵ ସରକାର ଯେଉଁ ପାପ କରିଛନ୍ତି, ମୁଁ କ୍ଷମା ମାଗୁଛି ଶିକ୍ଷକ ସମାଜକୁ । ଏହି ସଂଶୋଧନ ବିଲକୁ ପାରିତ କରିବାକୁ ମୁଁ ଅନୁରୋଧ କରୁଛି। ବିରୋଧୀଙ୍କ ପ୍ରତ୍ୟେକଟି ମତାମତ ଉପରେ ବିଚାର କରାଯିବ।