ଓଡିଶାରେ ୪୬ IAS, ୬୭ IPS, ୭୦ IFS ପଦବୀ ଖାଲି
ଜେଲ୍ରୁ କଏଦୀ ଫେରାର ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତବର୍ଷ ଜୁଲାଇରୁ ଏଯାବତ୍ ୯ଟି ଜେଲ୍ରୁ ୧୩ କଏଦୀ ଫେରାର ହୋଇଛନ୍ତି। ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିପାରିଛି ପୋଲିସ। ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍ରେ ମୃତ୍ୟୁ ହୋଇଛି। ଏହାସହ ୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ବୋଲି ଗୃହରେ ତଥ୍ଯ ରଖିଛନ୍ତି ମୁଖ୍ୟମନ୍ତ୍ରୀ।ଅନ୍ୟପଟେ ରାଜ୍ୟରେ ଆଇଏଏସ, ଆଇପିଏସ୍, ଆଇଏଫଏସ ପଦବୀ ଖାଲି ନେଇ ମଧ୍ୟ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୪୬ଆଇଏଏସ, ୬୭ଆଇପିଏସ୍, ୭୦ଆଇଏଫଏସ୍ ପଦବୀ ଖାଲି ପଡିଛି । ଏହାସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୭୦ଜଣ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
