ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ
ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ । ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଭାରତ ଛାଡ଼ିବାକୁ ପ୍ରକ୍ରିୟା ଆରମ୍ଭ ।ଜଣେ କି ଦୁଇ ଜଣ ନୁହେଁ । ୧୨ ଜଣ ପାକିସ୍ତାନୀ ନାଗରିକ ଓଡ଼ିଶାରେ ରହିଛନ୍ତି । ତୁରନ୍ତ ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ତୁରନ୍ତ ସେମାନଙ୍କୁ ଖୋଜି ବାହାର କରିବା ସହିତ ପାକିସ୍ତାନ ତଡିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଉଛି । ୧୨ ଜଣ ପାକିସ୍ତାନୀ ଓଡ଼ିଶାର କେଉଁଠି କେଉଁଠି ରହୁଛନ୍ତି ତାହାର ତଥ୍ୟ ଜଣାପଡିଛି । ସେମାନଙ୍କୁ ତୁରନ୍ତ ଓଡ଼ିଶା ତଥା ଦେଶ ଛାଡି ପାକିସ୍ତାନ ଯିବାକୁ ହେବ । କାରଣ ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହୁଛନ୍ତି । ଏମାନେ ସମସ୍ତେ ଲଙ୍ଗ ଟର୍ମ ଭିସା ବା ଲମ୍ବା ସମୟ ଧରି ଭିସା ନେଇ ଓଡ଼ିଶାରେ ରହିଛନ୍ତି । ତେଣୁ ସେମାନଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦେଶ କ୍ରମେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ତୁରନ୍ତ ଓଡ଼ିଶାରୁ ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।
