ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର

ଏନକାଉଣ୍ଟରରେ ୧୨ ମାଓବାଦୀ ନିପାତ

ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର । ଏନକାଉଣ୍ଟରରେ ୧୨ ମାଓବାଦୀ ନିପାତ ହୋଇଥିବା ସୂଚନା । ଇନ୍ଦ୍ରାବତୀ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ବିପୁଳ ମାରଣାସ୍ତ୍ର ଜବତ ହୋଇଛି । ସର୍ଚ୍ଚ ଅପରେସନ ଚାଲିଥିବା ନେଇ ବସ୍ତର ପୋଲିସ ପକ୍ଷରୁ ସୂଚନା ମିଳିଛି । ଗୁଳିବିନିମୟରେ ୪ ଯବାନ ଆହତ ହୋଇଛନ୍ତି ।