୧୦ ଘଣ୍ଟାରେ ମୋଦୀଙ୍କ ୧୨ ବୈଠକ
କାନାଡ଼ାରେ ଜି-୧୭ ସମ୍ମିଳନୀରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଦିନରେ ୧୦ ଘଣ୍ଟା ମଧ୍ୟରେ ୧୨ଟି ବୈଠକ କରିଛନ୍ତି। ଜର୍ମାନି ଚାନ୍ସେଲର, ମେକ୍ସିକୋ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ମୋଦୀ ପ୍ରଥମ ଥର ପାଇଁ ବୈଠକ କରିଛନ୍ତି। କାନାନାସ୍କିସ୍ ରିସୋର୍ଟରେ ମୋଦୀ କିଛି ଘଣ୍ଟା ଅତିବାହିତ କରିବା ସମୟରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ କେଅର ଷ୍ଟାର୍ମର, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବାନିଜ୍, ଦକ୍ଷିଣ କୋରିଆ ରାଷ୍ଟ୍ରପତି ସିରିଲ୍ ରାମାଫୋସା, ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭା, ଇୟୁ କମିସନ ସଭାପତି ଏବଂ ୟୁରୋପୀୟ ପରିଷଦ ସଭାପତିଙ୍କ ସହ ସାକ୍ଷାତ କରିଛନ୍ତି।
କାନାଡାର କାନାନାସ୍କିସ୍ରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିବାରୁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧରେ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେତାମାନଙ୍କୁ ଅନୁରୋଧ କରିବା ସହ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏବଂ ସମର୍ଥନ କରୁଥିବା ରାଷ୍ଟ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପାକିସ୍ତାନର ନାମ ନ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯଦି କୌଣସି ଦେଶ ଆତଙ୍କବାଦକୁ ସମର୍ଥନ କରେ, ତା’ହେଲେ ଉକ୍ତ ଦେଶକୁ ଏହାର ମୂଲ୍ୟ ବହୁ ମୂଲ୍ୟ ଦେବାକୁ ପଡ଼ିବ।
