କୁଡୁମୀ ସମାଜର ୧୨ ଘଣ୍ଟିଆ ହରତାଳ
ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସମାଜର ୧୨ ଘଣ୍ଟିଆ ହରତାଳ । ଅଁଳାଯୋଡି ରେଳ ଷ୍ଟେସନରେ ଟାଟା-ବାଦାମପାହାଡ ମେମୁ ଟ୍ରେନକୁ ରୋକିଲେ କୁଡୁମୀ ସମାଜର ଶତାଧିକ ଲୋକ । କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ଅନୁର୍ଭୁକ୍ତ କରିବା ଦାବିକୁ ଜୋରଦାର କରିବା ପାଇଁ ପୂର୍ବରୁ ହରତାଳର ଡାକରା ଦେଇଥିଲା କୁଡୁମୀ ସମାଜ । ଆଜି ଟାଟା ନଗରରୁ ବାଦାମପାହାଡ଼ ଅଭିମୁଖେ ଯାଉଥିବା ଟାଟାନଗର-ବାଦାମପାହାଡ ମେମୁ ଟ୍ରେନକୁ ସକାଳ ୭.୩୦ ସମୟରେ ଅଁଳାଯୋଡି ରେଳ ଷ୍ଟେସନରେ ରୋକିଥିଲେ କୁଡୁମୀ ସମାଜର ଶତାଧିକ ମହିଳା ଓ ପୁରୁଷ । ଟ୍ରେନ୍ ସମ୍ମୁଖରେ କୁଡୁମୀ ସମାଜର ଲୋକମାନେ ‘କୁଡୁମୀ ଏକତା ଜିନ୍ଦାବାଦ’ର ନାରା ଦେବା ସହିତ ଆଦିବାସୀ ତାଲିକାରେ ସାମିଲ୍ ଦାବିରେ ୧୨ ଘଣ୍ଟା ଟ୍ରେନ ଚଳାଚଳ ବନ୍ଦ କରିବାକୁ ଅଡ଼ି ବସିଥିଲେ । ସେପଟେ ଆରପିଏଫର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଖବର ପାଇ ଅଁଳାଯୋଡି ରେଳ ଷ୍ଟେସନକୁ ପହଞ୍ଚିଥିଲେ । ରାଇରଙ୍ଗପୁରର ଭାରପ୍ରାପ୍ତ ଅତିରିକ୍ତ ଏସପି, ତହସିଲଦାର, ଥାନା ଅଧିକାରୀ ରଞ୍ଜନ ବେହେରା ପ୍ରମୁଖ ପହଞ୍ଚି ତିରିଂ ଥାନା ଅଧିକାରୀ ଭାସ୍କର ପ୍ରଧାନ ପ୍ରମୁଖ ଅଁଳାଯୋଡ଼ି ରେଳ ଷ୍ଟେସନ ପହଞ୍ଚି କୁଡୁମୀ ସମାଜର ଲୋକଙ୍କ ସହିତ ବୁଝାସୁଝା କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା ।
