କଂଗ୍ରେସର ମାଲକାନଗିରି ବନ୍ଦ ଡାକରା

୧୨ ଘଣ୍ଟିଆ ବନ୍ଦ ପାଳନକୁ ସମର୍ଥନ

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି। କଂଗ୍ରେସ ନଗର ସଭାପତି ଜି.ଶ୍ରୀନିବାସ ରାଓ, ମାଲା ମାଢ଼ି, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଅନୁଗୁ, ମଙ୍ଗୁ ଖୀଲ, ଧର୍ନୁଜୟ ହନ୍ତାଳ, ଭୀମା ବାରସେ, ପ୍ରାଣକୃଷ୍ଣ ମଣ୍ଡଳ, ପଦ୍ମ ପାଙ୍ଗୀ, ପର୍ଶୁରାମ ଭକ୍ତ, ପୁଷ୍ପା କବାସୀ, ଇଶାକ ଖୋସଲା, ଶ୍ୟାମ ସେଠୀ ପ୍ରମୁଖ କଂଗ୍ରେସ ନେତା ଏହି ବନ୍ଦ ପାଳନ ସମୟରେ ସକ୍ରିୟ ଥିବା ଜଣାଯାଇଛି।
ମାଲକାନଗିରି ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଓ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଥିବା ବେୟଳେ ତାହାର‌ କୌଣସି ସମାଧାନ ହୋଇପାରିନାହିଁ। ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଛି। ଦଳ ପକ୍ଷରୁ ଗାଡି ଚଳାଚଳ ଠାରୁ ଆରମ୍ଭ କରି ବିଦ୍ୟାଳୟ, ଦୋକାନ, ବଜାର, ସରକାରୀ ଓ ବେସରକାରୀ ସମସ୍ତ ଅନୁଷ୍ଠାନ ବନ୍ଦ କରାଯାଉଥିବା ଜଣାଯାଇଛି ।