ଡ୍ୟାମ୍‌ ପ୍ରବେଶ କରୁଛି ୨,୩୩,୪୭୮ କ୍ୟୁସେକ୍ ଜଳ

୧୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ । ଏବେ ୧୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିଛି। ହୀରାକୁଦ ଡ୍ୟାମକୁ ଅଧିକ ବନ୍ୟା ଜଳ ପ୍ରବେଶ କରୁଛି। ଡ୍ୟାମର ଜଳ ପତ୍ତନ ବଢ଼ିବାରୁ ଆଉ ୪ଟି ଗେଟ୍ ଖୋଲାଯାଇଛି । ଗତକାଲି ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍ ଖୋଲାଯାଇଥିଲା। ସକାଳେ ୪ଟି ଗେଟ୍ ଖୋଲଯାଇଥିବା ବେଳେ ଅପରାହ୍ଣରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା । ..ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୨୧ ଫୁଟ୍ ରହିଛି । ଡ୍ୟାମ୍‌ ଭିତରକୁ ୨,୩୩,୪୭୮ କ୍ୟୁସେକ୍ ଜଳ ପ୍ରବେଶ । ଜଳଭଣ୍ଡାରରୁ ୧,୬୧,୬୭୭ କ୍ୟୁସେକ୍ ଜଳ ନିଷ୍କାସିତ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର।