ବୌଦ୍ଧ କଣ୍ଟାମାଳ ତେଳନଦୀରେ ଫସିଲେ ୧୨ଟିକିଆ ହାତୀପଲ
ମଝି ନଈରେ ଫସିଗଲେ ୧୨ଟିକିଆ ହାତୀପଲ । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ। ସୂଚନା ଅନୁସାରେ କଣ୍ଟାମାଳ ରେଞ୍ଜ ଅଧିନସ୍ଥ ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ୧୨ ଟିକିଆ ହାତୀପଲ ତେଲ ନଦୀକୁ ପାଣି ପିଇବାକୁ ଆସିଥିଲେ । ସକାଳ ହୋଇଯିବାରୁ ଗୋଟିଏ ପଟେ ଲୋକଙ୍କ ଭିଡ଼ ଓ ଅନ୍ୟପଟେ ତେଲନଦୀର ସ୍ରୋତ ଯୋଗୁଁ କୁଆଡେ ନଯାଇପାରି ହାତୀ ପଲ ମଝି ନଦୀରେ ଅଟକି ଯାଇଛନ୍ତି। ନଦୀ ପାର୍ ହେବାକୁ ସେମାନେ ଆଉ ଆଗକୁ ବଢ଼ୁ ନଥିବାବେଳେ ମଝି ନଦୀରେ ଫସି ଅଟକିଛନ୍ତି ୧୨ ଟିକିଆ ହାତୀ ପଲ। ନା ଏ କୂଳକୁ ଆସି ପାରୁଛନ୍ତି ନା ଆଗକୁ ଯାଉଛନ୍ତି। ହାତୀପଲ ଏବେ ତେଲନଦୀ ମଝିରେ ରହି ଯାଇଛନ୍ତି । କଣ୍ଟାମାଲ ବନ ବିଭାଗ ଟିମ ପହଞ୍ଚି ହାତୀ ଘଉଡେଇବା ପାଇଁ ଚେଷ୍ଟା ଜାରି ରଖିଛି ।