ବିଶାଖାପାଟଣାରୁ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ

ଅନ୍ତର୍ଜାତୀୟ ଯୋଗ ଦିବସ

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ – “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଭାରତର ବୈଶ୍ୱିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ମହାସମାରୋହରେ ପାଳନ ହେବାକୁ ଥିବା ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ୱାଇ) ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଜାତୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ମୁଖ୍ୟ ସ୍ଥାନରେ ୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ପ୍ରଦର୍ଶନ କରିବେ । ତାଙ୍କ ସହିତ ଭାରତର ବିଶ୍ୱ ସୁସ୍ଥତା ଦୃଷ୍ଟିକୋଣର ଏହି ବିଶାଳ ପ୍ରଦର୍ଶନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ଆୟୁଷ) ପ୍ରତାପରାଓ ଜାଧବ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ବିଶାଖାପାଟଣାର ନିର୍ଦ୍ଧାରିତ ସ୍ଥାନରେ ୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ପ୍ରଦର୍ଶନ କରିବେ, ଯାହା ‘ଯୋଗ ସଙ୍ଗମ’ ପଦକ୍ଷେପ ଅଧୀନରେ ଦେଶର ୧୦ ଲକ୍ଷରୁ ଅଧିକ ସ୍ଥାନ ସହିତ ସମନ୍ୱୟ ରକ୍ଷା କରିବ । ଏହି ସାମୂହିକ ପ୍ରଦର୍ଶନ ସକାଳ ୬ ଟା ୩୦ ମିନିଟ୍‌ରୁ ସକାଳ ୭ ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଏଥିରେ ଦେଶର ସମସ୍ତ କୋଣ-ଅନୁକୋଣରୁ ଅଭୂତପୂର୍ବ ସମାବେଶର ଆଶା କରାଯାଉଛି ।