ଜେଲରୁ ବାହାରିଲେ ୧୧୪ SI ଆଶାୟୀ
ପୋଲିସ si ଚାକିରି କେଳେଙ୍କରି କେସ ରେ 114 ଜଣ ଙ୍କୁ ମିଳିଲା ଜାମିନ, କ୍ରାଇମବ୍ରାଞ୍ଚ୍ କରିଥିଲା ତଦନ୍ତ ବ୍ରହ୍ମପୁର କୋର୍ଟ ରେ ହେଲା ଜାମିନ.. ଗତ ସେପ୍ଟେମ୍ବର 30 ତାରିଖରେ ଭୁବନେଶ୍ଵର ଠାରୁ ବ୍ରହ୍ମପୁର ଦେଇ ତିନୋଟି ବସ ରେ ପ୍ରାୟ 119 ଜଣ କୁ ନେଇ ତିନୋଟି ବସରେ ଆନ୍ଧ୍ର ଅଭିମୁଖେ ବାହାରିଥିଲା ବସ କୌଣସି ସୂତ୍ର ରୁ ଖବର ପାଇ ବ୍ରହ୍ମପୁର ପୋଲିସ ତିନୋଟି ବସ କୁ ଅଟକାଇ ଥିଲା ।ଏହି ତିନୋଟି ବସରେ ମୋଟ 119 ଜଣ ଥିଲେ ବହୁ ତନା ଘାନା ପରେ ଜଣାପଡିଥିଲା ଏମାନେ ସମସ୍ତେ ଅକ୍ଟୋବର 5 ତାରିଖରେ ହେବାକୁ ଥିବା ପୋଲିସ ଏସ ଆଇ ପରୀକ୍ଷାର୍ଥୀ, ଏଥିରେ 114 ଜଣ ପରୀକ୍ଷାର୍ଥୀ ରାଜ୍ୟ ସମସ୍ତ ଜିଲ୍ଲା ର ଯୁବକ ଯୁବତୀ ।
ସମସ୍ତ ଙ୍କୁ ପୋଲିସ ଇନଭେଷ୍ଟିଗେସନ ପରେ ଜାଣିଲେ ଏମାନେ ଆନ୍ଧ୍ର ଯାଇ ପରୀକ୍ଷାରେ ହେବାକୁଥିବା ପ୍ରଶ୍ନ ପତ୍ର ପୂର୍ବରୁ ଦେଖି ସିଖିଯିବେ ପରୀକ୍ଷାରେ ପାସ ହେଲେ ଜଣକ ପିଛା 25 ଲକ୍ଷ ଦେବେ ଏଥିପାଇଁ ଅଗ୍ରୀମ 10 ଲକ୍ଷ୍ୟ ଦେଇଥିଲେ ଯାହା ପୋଲିସ ଇନଭେଷ୍ଟିଗେସନ ରୁ ଜଣାପଡିଥିଲା।ଏନେଇ ଗୋଳନ୍ଥରା ଥାନା ରେ ଏକ ମାମଲା ରୁଜୁ ପରେ ସମସ୍ତ ପରୀକ୍ଷାର୍ଥୀ ଙ୍କୁ ବ୍ରହ୍ମପୁର କୋର୍ଟ ରେ ହଜାର କରାଯାଇଥିଲା ପରେ କୋର୍ଟ ଜାମିନ ନା ମଞ୍ଜୁର ପରେ ସମସ୍ତେ ଯାଇଥିଲେ ଜେଲ।ଏହା ପରେ ଘଟଣା ର କ୍ରାଇମବ୍ରାଞ୍ଚ୍ କୁ ତଦନ୍ତ ଭାର ଦେଇଥିଲେ ରାଜ୍ୟ ସରକାର ,କ୍ରାଇମବ୍ରାଞ୍ଚ୍ ତଦନ୍ତ କରି ପୁଣି 6 ଜଣକୁ ଗିରଫ କରିଥିଲା କିନ୍ତୁ ଏହାର ମୁଖ୍ୟ କୁହାଯାଉଥିବା ଶଙ୍କର ପୃଷ୍ଟି କୁ ଧରିବାରେ ବିଫଳ ଥିବା ବେଳେ ମାନ୍ୟବର ବ୍ରହ୍ମପୁର କୋର୍ଟ ସ୍ଵତନ୍ତ୍ର କ୍ରାଇମବ୍ରାଞ୍ଚ୍ ସମସ୍ତ 114 ଜଣ ପରୀକ୍ଷାର୍ଥୀ ଙ୍କୁ 50 ହଜାର ଟଙ୍କା ଏବଂ ଦୁଇଜଣ ଙ୍କୁ ଜମାନତ ରେ ଜାମିନ ମଞ୍ଜୁର କରିଛନ୍ତି।
