ଫେଲ ମାରିଲା ଜିରୋ ଫାଟାଲିଟି ୱିକ୍, ଗୋଟିଏ ଦିନରେ ଗଲା ୧୧ ଜୀବନ

‘ଶୂନ ସପ୍ତାହ’ ଆରମ୍ଭରୁ ଗଲା ୧୧ ଜୀବନ

ଶୂନ ସପ୍ତାହରେ ଗଲା ୧୧ ଜୀବନ। ଆଜିଠୁ ଆରମ୍ଭ ହୋଇଛି ଜିରୋ ଫାଟାଲିଟି ୱିକ୍। ସପ୍ତାହ ଆରମ୍ଭରୁ ମୃତ୍ୟୁର ବିଭୀଷିକା ଦେଖିବାକୁ। ଆଜି ଗୋଟିଏ ଦିନରେ ୪ ଦୁର୍ଘଟଣାରେ ଯାଇଛି ୧୧ ଜୀବନ। ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ଗଲାଣି ୪୮ ହଜାର ଜୀବନ। ଦୈନିକ ଏ ସଂଖ୍ୟା ୧୩। ଆଶ୍ଚର୍ଯ୍ୟର କଥା ଏପ୍ରିଲରେ ଜିରୋ ଫାଟାଲିଟି ୱିକ୍ ପାଳନ ସତ୍ତ୍ୱେ ବର୍ଷର ପ୍ରଥମ ୯ ମାସରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪.୯ ପ୍ରତିଶତ ବଢ଼ିଛି। ଆଜି କେନ୍ଦୁଝର ଘଟଗାଁ ବାଲିଯୋଡ଼ିରେ ଟ୍ରକକୁ ପଛପଟୁ ୱିଙ୍ଗର୍ ଧକ୍କା ହେବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ ଗେଲପୁର, ସମ୍ବଲପୁରର ଚିନିମହୁଲ ଓ କେନ୍ଦୁଝର ଆନନ୍ଦପୁରଠାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ରୋଡ୍ ଆକ୍ସିଡେଣ୍ଟ ହେଉଛି କାହିଁକି? କେଉଁଠି ରହୁଛି ତ୍ରୁଟି ?