ଫୋକସ୍‌ରେ ପୂର୍ବତଟ ରେଲୱେ, ମଞ୍ଜୁର ହେଲା ୧୧, ୪୯୫ କୋଟି

ପୂର୍ବତଟ ରେଲୱେ ପାଇଁ ୧୧, ୪୯୫ କୋଟି

ପୂର୍ବତଟ ରେଲୱେ ପାଇଁ ୧୧, ୪୯୫ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର । ରେଳ ବିଭାଗ ପକ୍ଷରୁ ଆଜି ଏହି ମଞ୍ଜୁରୀ କରାଯାଇଛି । ବିଭନ୍ନ ରେଳ ଲାଇନ୍‌ ପାଇଁ ସରକାରଙ୍କ ପକ୍ଷରୁ ଅଲଗା ଅଲଗା ଅର୍ଥ ମଞ୍ଜୁର କରାଯାଇଛି ।

  • ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ ପାଇଁ ୧୩୫୦ କୋଟି
  • ତାଳଚେର-ବିମଳାଗଡ଼ ପାଇଁ ୫୦୦ କୋଟି
  • ଜୟପୁର-ମାଲକାନଗିରି ରେଳ ଲାଇନ୍‌ ପାଇଁ ୨୩୦ କୋଟି
  • ଜୟପୁର-ନବରଙ୍ଗପୁର ରେଳ ଲାଇନ୍‌ ପାଇଁ ୨୩୫ କୋଟି
  • ଜନଜାତୀୟ ଗୌରବ କରିଡ଼ର ପାଇଁ ୩୦୦ କୋଟି
  • ତାଳଚେର-ଅନୁଗୁଳ ୱାଇ କନେକ୍ସନ ପାଇଁ ୧୦୮ କୋଟି
  • ବାଂଶପାଣି-ଦୈତାରୀ-ଟମକା-ଯଖପୁରା ପାଇଁ ୧୦୦ କୋଟି ମଞ୍ଜୁର ହୋଇଛି
    ଗତକାଲି କେନ୍ଦ୍ରର କାମଚଳା ବଜେଟ୍‌ ଉପସ୍ଥାପନ ପରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଥିଲେ । ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିଛି ବୋଲି କହିଥିଲେ । ବିଗତ ୩ ବର୍ଷ ହେଲାଣି ବାର୍ଷିକ ହାରାହାରି ୧୦ ହଜାର କୋଟି ଅନୁଦାନ ଆସିଛି । ନୂଆ ପ୍ରକଳ୍ପ ପାଇଁ ନିବେଶ ହେବ ପ୍ରାୟ ୫୨ ହଜାର କୋଟି ଟଙ୍କା ବୋଲି କହିଥିଲେ ଆଶ୍ୱନୀ ବୈଷ୍ଣବ । ସେହପରି ଓଡ଼ିଶାରେ ୧୦୦ ପ୍ରତିଶତ ବିଦ୍ୟୁତକରଣ ହୋଇଥିବା କହିଥିଲେ ରେଳମନ୍ତ୍ରୀ । ରାଜ୍ୟରେ ବାର୍ଷିକ ୪୭୩ କିଲୋମିଟର ରେଳ ଲାଇନ ହେଉଛି । ତେବେ ରାଜ୍ୟ ସରକାର ଜମି ଅଧିଗ୍ରହଣ ତ୍ୱରାନ୍ୱିତ କଲେ କାମ ଶୀଘ୍ର ହୁଅନ୍ତା ବୋଲି ରେଳମନ୍ତ୍ରୀ ସୂଚନା ଦେଇଥିଲେ ।