CDA’ରେ ମିଶିବ ୧୦୨ଟି ଗାଁ
CDA’ରେ ମିଶିବ ଆଖପାଖରେ ଥିବା ୧୦୨ଟି ଗାଁ । ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ସିଡିଏ କର୍ତ୍ତୃପକ୍ଷ । ଏନେଇ ସୂଚନା ଦେଇଛନ୍ତି ସିଡିଏ ଉପାଧ୍ୟକ୍ଷ ଅନାମ ସାହୁ । ସେହିପରି ଏହାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବ କଟକ ମହାନଗର ନିଗମ ଏବଂ ଗାଁରେ ସହର ପରି ସୁବିଧା ସୁଯୋଦ କିପରି ମିଳିବ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି । ୪୨ ମୌଜା ଓ ସାଲେପୁର ଅଞ୍ଚଳର କିଛି ଗାଁ ସିଡିଏରେ ସାମିଲ ହୋଇପାରେ ଯେଉଁଥି ପାଇଁ ସର୍ଭେ ଜାରି ରହିଛି । ସିଡିଏ ଉପାଧ୍ୟକ୍ଷଙ୍କ ସୂଚନା ଅନୁସାରେ, ଖୁବଶୀଘ୍ର ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବ । ତେବେ ଗାଁରେ ସରହର ପରି କିପରି ସୁବିଧା ଲୋକେ ପାଇ ପାରିବେ ସେନେଇ ବ୍ୟବସ୍ଥା କରାଯିବ । ପାନିୟଜଳ, ବିଦ୍ୟୁତ୍, ପରିମଳ,ରାସ୍ତା ଘାଟର ଉନ୍ନତ ସୁବିଧା ଯୋଗା ଦିଆଯିବ । ପୂର୍ବରୁ ୨୮୭ଟି ଗାଁର ସିଡିଏ ସହ ମିଶିଥିଲା ।
