ଡଙ୍ଗା ଚାଳକଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା
୪୫ ଦିନ ଚାଲିଥିବା ମହାକୁମ୍ଭ ଶେଷ ହୋଇଛି। ଏହି ଅବସରରେ ସିଏମ ଯୋଗୀ ପ୍ରୟାଗରାଜରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ପହଞ୍ଚି ଗଙ୍ଗାର ଅରୈଲ ଘାଟ ସଫା କରୁଥିବାର ନଜର ଆସିଥିଲେ । ଏହା ପରେ ସିଏମ ଯୋଗୀ ମହାକୁମ୍ଭରେ ଲୋକଙ୍କୁ ସେବା କରୁଥିବା ସଫେଇକର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ନାବିକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇକର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ପ୍ରତ୍ୟେକ ଡଙ୍ଗା ଚାଳକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆ ଯିବ। ଡଙ୍ଗା କିଣିବା ପାଇଁ ଧନରାଶୀ ଦିଆଯିବ। ଯେଉଁମାନଙ୍କ ପାଖରେ ସ୍ବାସ୍ଥ୍ୟବୀମା ନାହିଁ ତାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।
