‘ମୋଦୀଙ୍କ ସରକାର ଦେଶର ସୁରକ୍ଷା ବ୍ୟବସ୍ଥାକୁ ମଜଭୂତ କରିଛନ୍ତି ‘
ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ଦିନ ପୂରଣ ହୋଇଛି । ଏହି ଅବସରରେ ଏକ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ସରକାର ଗତ ୧୦ବର୍ଷରେ ଦେଶର ବିକାଶ ଲାଗି ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ କହିଛନ୍ତି ପ୍ରଥମ ୧୦୦ ଦିନରେ ୧୫ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଶାହା କହିଛନ୍ତି ଗତ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାର ୩ଲକ୍ଷ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକ ଘୋଷଣା କରିବା ସହ ସେଗୁଡ଼ିକର କାର୍ଯ୍ୟ ଆରମ୍ଭ ହୋଇଛି । ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷାନୀତି ଆରମ୍ଭ ହୋଇଛି ଯେଉଁଥିରେ ପୁରୁଣା ଶିକ୍ଷା ପ୍ରଣାଳୀ ଏବଂ ଆଧୁନିକ ଶିକ୍ଷାକୁ ମିଶ୍ରଣ କରାଯାଇ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେ କହିଛନ୍ତି ସରକାର ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଭାରତକୁ ବିଶ୍ୱର ଉତ୍ପାଦନ କେନ୍ଦ୍ର ଭାବରେ ଗଢ଼ି ତୋଳିଛନ୍ତି । ସେ କହିଛନ୍ତି ଆଜିବିଶ୍ବର ଅନେକ ଦେଶ ଭାରତର ଡିଜିଟାଲ ଇଣ୍ଡିଆ ଯୋଜନାକୁ ସେମାନଙ୍କ ଦେଶରେ ଲାଗୁ କରିବାକୁ ପ୍ରସ୍ତାବ ରଖିଛନ୍ତି ।