୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ପୁଣି ୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ବନ୍ଧୁକ ଛାଡ଼ୁଛନ୍ତି ମାଓବାଦୀ । ଆଉ ୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଝିରାମ ଘାଟି ମାଓ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ମାଓ ନେତା ଚେତୁ ଓରଫ ଶ୍ୟାମ ଦାଦା ସମେତ ୧୦ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।ଛତିଶଗଡ଼ ଜଗଦଲପୁରରେ ବସ୍ତର IG ପି ସୁନ୍ଦର ରାଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଚେତୁ ତାର ୯ ଜଣ ସାଥୀଙ୍କୁ ନେଇ ଆତ୍ମସମର୍ପଣ କରିଛି । ସେମାନଙ୍କ ନାଁ ରେ ୬୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ।ମାଓ ନେତା ଚେତୁ ନାଁରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ୨୦୧୩ରେ ଝିରମ ଘାଟି ଆକ୍ରମଣରେ ଚେତୁର ମୁଖ୍ୟ ଭୂମିକା ଥିଲା । ସେ ୩୩ ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବାରେ ସାମିଲ ଥିଲା । ଚେତୁର ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗିଯାଇଛି ।

Leave a Reply

Your email address will not be published. Required fields are marked *