ପୁରୀରେ ପ୍ରବଳ ଭିଡ଼

ଆଜି ପୁରୀ ଆସିବେ ୧୫ ଲକ୍ଷ ଶ୍ରଦ୍ଧାଳୁ: ଆଇନ ମନ୍ତ୍ରୀ

ଆଜି ମହାପ୍ରଭୁଙ୍କ ସୁନାବେଶ। ନିଜର ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ତେବେ ଏହି ସୁନାବେଶ ଦେଖିବା ଲାଗି ପୁରୀରେ ଆଜି ଜନସମୁଦ୍ର ଦେଖିବାକୁ ମିଳିବ। ସୁନାବେଶକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜାରି କରାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି। ଏହାରି ମଧ୍ୟରେ ଆଇନ ମନ୍ତ୍ରୀ ଶ୍ରଦ୍ଧାଳୁଙ୍କୁ ନେଇ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ସୁନାବେଶ ପାଇଁ ୧୫ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀରେ ସମାଗମ ହେବେ। ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ହୋଇଛି। ଟ୍ରଫିକ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେ ଆହୁରି କହିଛନ୍ତି ଯେ, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ନଜର ରଖାଯାଇଛି। ବାହୁଡ଼ାରେ ସ୍ୱାଭାବିକଠୁ ଦୁଇଗୁଣା ଅଧିକ ଭକ୍ତ ଆସିଥିଲେ। ଆଜି ମହଣ ମହଣ ସୁନାରେ ସଜ୍ଜିତ ହେବେ ମହାପ୍ରଭୁ । ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର । ଅପରାହ୍ନ 5ଟାରୁ ଦାରୁବ୍ରହ୍ମଙ୍କର ସୁନାବେଶ ନୀତି ଆରମ୍ଭ ହେବ । ରାତି 11 ଟା ଯାଏଁ ଚାଲିବ ଦର୍ଶନ ।