୩ଅଭିଯୁକ୍ତଙ୍କୁ ମାରାଥନ ଜେରା

କାଲି ଗିରଫ କରିଥିଲା ଆଉ ଆଜି ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ସିବିଆଇ। ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଜାରି ରହିଛି ସିବିଆଇର ତନାଘନା । ଗତକାଲି ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇ ଟିମ୍ । ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ୩ ଅଭିଯୁକ୍ତ ।

ଆଜି ହେଉଛି ରିମାଣ୍ଡର ଦ୍ବିତୀୟ ଦିନ । ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ସିଆରପିସି ୩୦୪ ଓ ୨୦୧ ଧାରାରେ ସେମାନଙ୍କୁ ଗିରଫ କରାଯାଇଛି ।

ଏହି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି । ସିଗନାଲିଂ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିପାରେ ବୋଲି ତିନି ଅଭିଯୁକ୍ତ ପୂର୍ବରୁ ଜାଣିଥିଲେ । ତଥାପି ଏହାର ଠିକ୍ ପରିଚାଳନା ନେଇ ଦାୟିତ୍ବବାନ ନଥିଲେ ।

ଜୁନ ୨ରେ ସଂଧ୍ୟା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାରେ ଦୁର୍ଘଟଣା ଗସ୍ତ ହୋଇଥିଲା । ସିଗନାଲିଂ ଭୁଲ ଥିବାରୁ ଏକ ମାଲଗାଡିକୁ ଧକ୍କା ଦେଇଥିଲା ଟ୍ରେନ୍ । ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଭୟ କମିନି। ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ସିବିଆଇ ତାର କାର୍ଯ୍ୟପନ୍ଥାରେ ପୁରା ସତ୍ୟ ସାମ୍ନାକୁ ଆଣିବ।