୨ ବସ୍ ମୁହାଁମୁହିଁ ଧକ୍କା, ୧୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିକଟରେ ସଡକ ଦୁର୍ଘଟଣା । OSRTC ବସ୍ ସହ ଯାତ୍ରୀବାହୀ ବସ୍ ଧକ୍କା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।