୧୮ ଯାଏ ଭୀଷଣ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଲାଗି ରହିଥିବା ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗରମ ସହ ଗୁଳୁଗୁଳିରେ ଛଟପଟ ହେବେ ରାଜ୍ୟବାସୀ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆକଳନରୁ ଏହା ଜଣାପଡ଼ିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ ରୁ ୭ ଡିଗ୍ରୀ ଅଧିକ ରହିବ। ୧୮ ତାରିଖ ପରେ ତାତି କମିବାର ସମ୍ଭାବନା ରହିଛି।