ସରିଲା ଅମଲା ସଂଘର ଆନ୍ଦୋଳନ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଅମଲା ସଂଘ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ସଫଳ ହୋଇଥିବାବେଳେ ଆସନ୍ତା ସୋମବାରଠୁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ । ସଂଘର ଦାବି ପୂରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ରିପୋର୍ଟ ଆସିବା ପରେ ଗ୍ରେଡ ପେ ବୃଦ୍ଧି ହେବ । ଖୁବଶୀଘ୍ର ଅମଲା ସଂଘ ଖୁସି ଖବର ପାଇବା ନେଇ 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ହଟିଛି ସଂଘ । ଆନ୍ଦୋଳନ ଯୋଗୁ ରହିଥିବା ବକେୟା କାମ ଦିନରାତି କାମ କରି ସାରିବୁ ବୋଲି ସଂଘ କହିଛି । ଆଲୋଚନାବେଳେ 5T ସଚିବ ଭି.କେ. ପାଣ୍ଡିଆନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ।
Related Posts
ରାଜନୈତିକ ଉଦ୍ଦେଶ୍ୟ ରଖି ECI କାର୍ଯ୍ୟାନୁଷ୍ଠାନ ନେଉଛି
- User 003
- May 29, 2024
- 0
ମୋଦିଙ୍କ ରୋଡ ସୋ’ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
- User 003
- May 9, 2024
- 0
ଜିଲ୍ଲା ଦୌରା ଜଜ୍ ଙ୍କ କୋର୍ଟରେ ହାଜର ହେଲା ଗୋପାଳ
- Editor
- July 26, 2023
- 0