5-T ସଚିବଙ୍କ ଗସ୍ତକୁ ବିରୋଧ
ଭି.କେ ପାଣ୍ଡିଆନଙ୍କୁ ପୁଣି ବିରୋଧ । ସୁବର୍ଣ୍ଣପୁର ପରେ ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଫାଇଭ-ଟି ସଚିବଙ୍କୁ ବିରୋଧ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବ ଗାଁରେ ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ବିଜେପି ବିରୋଧ କରିଛି । ଆଜି ଆମ୍ବଗାଁ ପଡିଆରେ ଫାଇଭ-ଟି ସଚିବଙ୍କ ସଭା ଅଛି । ଏଥିସହ ପାଣ୍ଡିଆନ ସେଠାରେ ଥିବା ଫାଇଭ-ଟି ସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସଭା ସ୍ଥଳକୁ ଯିବା ପାଇଁ ଥିବା ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଛନ୍ତି । ବିଜେପି କର୍ମୀମାନେ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେବା ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ଯେଉଁଥିପାଇଁ ପୁଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି ।