ସୁନାରେ ସଜେଇ ହେବେ ସୁନାଦିଅଁ

ଆଜି ମହାପ୍ରଭୁଙ୍କ ରାଜରାଜେଶ୍ବେର ବେଶ ବା ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ ।  ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ବୁଧବାର ଶୃଙ୍ଖଳିତ ଭାବେ ବାହୁଡ଼ା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ଏବେ ତିନି ରଥ ଶ୍ରୀମନ୍ଦିର ଆଗରେ ବିରାଜମାନ । ଆଜି ରଥାରୂଢ଼ ଶ୍ରୀବିଗ୍ରହଙ୍କ ହେବ ସୁନାବେଶ । ମହାପ୍ରଭୁଙ୍କ ସୁନାବେଶ ପାଇଁ ସୁରୁଖୁରୁରେ ନୀତିକାନ୍ତି ଚାଲିଛି । ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀଜିଉମାନଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ ।