ଶରଧାବାଲିରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଶେଷ ହୋଇଯାଇଛି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ସାଧାରଣ ଭକ୍ତମାନେ ଆଜି ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଧାଡ଼ିରେ ରହି ଆଡ଼ପ ଦର୍ଶନ କରିଛନ୍ତି। ପବିତ୍ର ନବମୀ ତିଥିରେ ସନ୍ଧ୍ୟା ଦର୍ଶନ ଶେଷ ହେଲା ପରେ ଶ୍ରୀଜିଉମାନଙ୍କର ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଡ଼ପ ଅବଢ଼ା ରାତି ୧୨ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାରଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁ ଆସନ୍ତାକାଲି ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏଥି ପାଇଁ ଶ୍ରୀକ୍ଷେତ୍ରରେ ପୁଣି ଥରେ ଭକ୍ତମାନଙ୍କର ଚଳଚଞ୍ଚଳ ଦେଖାଯାଇଛି। ବାହୁଡ଼ାଯାତ୍ରାରେ ମଧ୍ୟ ଲକ୍ଷାଧିକ ଭକ୍ତ ଏକତ୍ର ହେବେ। ପ୍ରବଳ ଜନଗହଳିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭକ୍ତମାନେ କିପରି ସୁରୁଖୁରୁରେ ମହାବାହୁଙ୍କ ଦର୍ଶନ କରିବା ସହ ରଥ ଟାଣିପାରିବେ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
Related Posts
ବିଧାୟକଙ୍କୁ ମାରିବାକୁ ଷଡଯନ୍ତ୍ର !
- Jajati express Reporter
- September 1, 2023
- 0
ଆଜିଠୁ ଆରମ୍ଭ ପିତୃପକ୍ଷ
- Jajati express Reporter
- September 30, 2023
- 0
ବିଜେଡିର ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
- User 003
- March 27, 2024
- 0