ସବୁ ହଲ୍ ରେ ଆଦିପୁରୁଷ କ୍ରେଜ୍

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ ସୀତା ଭୂମିକାରେ ଅଛନ୍ତି କ୍ରିତି ସନନ । ରାବଣ ଭୂମିକାରେ ସେଫ୍ ଅଲ୍ଲୀ ଖାନ ଅଭିୟନ କରିଥିବା ବେଳ ହନୁମାନ ଭୂମିକାରେ ନଜର ଆସିଛନ୍ତି ଦେବଦତ ନାଗେ । ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ପ୍ରସୁତ ହୋଇଥିବା ଏହି ଫିଲ୍ମ ଦେଖିବାକୁ ଆଗୁଆ ୩ ଲକ୍ଷ ଟିକେଟ ବୁକ ହୋଇଛି । ପ୍ରାୟ ସବୁ ହଲ ଆଜି ହାଉସଫୁଲ ଅଛି ।