ଶିମିଳିପାଳରେ ମାତିଛନ୍ତି ହାତୀଦାନ୍ତ ଲୁଟେରା !

ମୟୂରଭଞ୍ଜ (ଯଯାତି ଏକ୍ସପ୍ରେସ ବ୍ୟୁରୋ): ମାତିଛନ୍ତି ହାତୀଦାନ୍ତ ଲୁଟେରା। ବନବିଭାଗ ଆଖିରେ ଧୂଳି ଦେଇ ଚଳାଇଛନ୍ତି ହାତୀଦାନ୍ତ କାରବାର। ଲକ୍ଷ ଲକ୍ଷ ଟଙ୍କାର କାରବାର କରି ହେଉଛନ୍ତି ମାଲେମାଲ। ଏଭଳି ଘଟଣା ଶିମିଳିପାଳରେ ବାରମ୍ବାର ଘଟୁଥିବା ବେଳେ ଆଜି ପୁଣି ଜବତ ହୋଇଛି ହାତୀଦାନ୍ତ।ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ ସହ ୫ଜଣଙ୍କୁ ଗିରଫ କରିଛି ବନବିଭାଗ ।

ଶିମିଳିପାଳ ଦକ୍ଷିଣ, ଶିମିଳିପାଳ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ଏସିଏଫ୍, ରେଞ୍ଜର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଯଶୀପୁରର ଜାମକେଶ୍ବର ଗାଁରେ ଚଢଉ କରାଯାଇଥିଲା । ୪ଟି ହାତୀ ଦାନ୍ତ ଜବତ, ୫ଜଣଙ୍କୁ ଗିରଫ କଲା ବନ ବିଭାଗ-ଦକ୍ଷିଣ ଡିଭିଜନରେ ଅତର୍କିତ ଚଢ଼ାଉ କରି ଦାନ୍ତ ଜବତ। ସେପଟେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସ୍ଥାନୀୟରେ ଉଠିଛି ବଡ଼ ପ୍ରଶ୍ନବାଚୀ।