ଲାଞ୍ଚ ନେଉଥିଲେ ପୁଲିସ ବାବୁ, ମାଡ଼ି ବସିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଯାଜପୁର ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି। ପୋଲିସ ବାବୁଙ୍କୁ ଘାରିଥିଲା ଲାଞ୍ଚ କାରବାର। ତେବେ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୋଲିସ ବାବୁ।

ତେବେ ସୂଚନା ଅନୁସାରେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ । ସେହି ହାଇୱା ଜବତ ଘଟଣାରେ ବୁଧବାର ଦିନ ସୁକିନ୍ଦା ଥାନାରେ କେସ ନଂ 124/23 ରେ ଏକ ମାମଲା ରୁଜ୍ଜୁ କରି ବାଲି ଗାଡି ଚାଳକ ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ସେହି ବାଲି ବୋଝେଇ ଗାଡ଼ିକୁ ଥାନାରୁ ଖଲାସ କରିବା ନିମନ୍ତେ ଗାଡି ମାଲିକଙ୍କ ଠାରୁ ସୁକିନ୍ଦା ଥାନାର SI ନିର୍ମଳ ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ । ଏହି ଘଟଣାରେ ଭିଜିଲାନ୍ସ ଟିମ୍ ସୁକିନ୍ଦା ଥାନା S I ନିର୍ମଳ ସେନାପତି ଙ୍କ ବାସଗୃହରେ ମଧ୍ୟ ଚଢ଼ାଉ କରିଥିବା ଦେଖିବାକୁ ମିଳିଛି।