ଲଗାତାର ୩ବର୍ଷ ଧରି ବଢୁଛି ଡେଙ୍ଗୁ

ରାଜଧାନୀରେ ଡେଙ୍ଗୁର କାରଣ କରୋନା

ଲଗାତାର ୨ ରୁ ୩ବର୍ଷ ହେବ ରାଜଧାନୀ ଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଚଳିତମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି । ତହିଁରୁ ୧୯୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି । ଆଉ ମୁଖ୍ୟତଃ ଡେଙ୍ଗୁର ହଟସ୍ପଟ ପାଲଟିଛି ଭୁବନେଶ୍ୱର । ରାଜ୍ୟର ୧୮ ଜିଲ୍ଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ତେବେ ଡେଙ୍ଗୁ ବ୍ୟାପିବା ନେଇ ତନାଘନା ବେଳେ ସାମ୍ନାକୁ ଆସୁଛି ଚମକାଇ ଦେଲାଭଳି ଏକ ତଥ୍ୟ । ଡେଙ୍ଗୁ ବ୍ୟାପିବା ପଛରେ ରହିଛି କୋଭିଡ୍ । କୋଭିଡ ବେଳେ ଲକଡାଉନ ଓ ସଟଡାଉନ ପାଇଁ ପାର୍କଠାରୁ ଆରମ୍ଭ କରି ଗାଡ଼ି, ଡଷ୍ଟବିନ୍, ପାଣି ଟାଙ୍କି ଓ ଅନ୍ୟାନ୍ୟ ସ୍ଥାନ ଠିକ୍ ସମୟରେ ସଫା ହୋଇପାରି ନ ଥିଲା । ତେଣୁ ଡେଙ୍ଗୁ ଜ୍ୱର ବ୍ୟାପିବାକୁ ଏହି ପରିବେଶ ସହାୟକ ହେଲା । ଅନ୍ୟପଟେ ଡେଙ୍ଗୁ ରୋଗର ମୁଖ୍ୟ ରୋଗ ଜର ହୋଇଥିବାରୁ ଏହାପରେ କୋଭିଡ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି ।  ବର୍ତ୍ତମାନ ରାଜଧାନୀର ବିଭିନ୍ନ ସ୍ଥାନକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇ ଲୋକଙ୍କୁ ସତର୍କ କରାଯାଉଛି ।