ରଥଯାତ୍ରାରେ ଚୋରି, ୮୭ ଗିରଫ !

ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ୮୭ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ବିଶ୍ଵର ସବୁଠୁ ବଡ ଯାତ୍ରା ହେଉଛି ପୁରୀରେ ହେଉଥିବା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା । ଏହି ରଥଯାତ୍ରାରେ ଲକ୍ଷଲକ୍ଷ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳେ। ରାଜ୍ୟ, ଦେଶ ତଥା ଦେଶ ବାହାଉ ଅନେକ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଏଖିବାକୁ ମିଳେ। ତେବେ ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ମଧ୍ୟ କାଯାଇଥାଏ । ଯେହେତୁ ପୁରୀ ରଥଯାତ୍ରାରେ ବହୁ ଗହଳି ହୋଇଥାଏ, ତେଣୁ ଏହାର ବିଶେଷ ଫାଇଦା ଉଠାଇଥା’ନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ଲୁଟେରାମାନେ । ଅନେକ ଭକ୍ତ ଓ ପର୍ଯ୍ୟଟକଙ୍କ ମୋବାଇଲ୍ ଫୋନ୍, ପର୍ସ ଓ ସୁନା ଚେନ୍ ଲୁଟ ମଧ୍ୟ କରିଥାନ୍ତି । 
ଏନେଇ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇ ସମୁଦାୟ ୮୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ତେବେ ଏହାସହ ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୨୩ଟି ମୋବାଇଲ୍ ଜବତ କରିଛି । ୬୦ ଜଣ ବ୍ୟକ୍ତି ନିଜର ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ମୋବାଇଲ୍ ଫେରି ପାଇଛନ୍ତି । ତେବେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଓଡ଼ିଶାର ୪୪, ପଶ୍ଚିମବଙ୍ଗର ୨୩, ଆନ୍ଧ୍ରପ୍ରଦେଶର ୮, ଛତିଶଗଡ଼ର ୪, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶର ଜଣେ, ଉତ୍ତର ପ୍ରଦେଶର ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । 

ଆଜି ପୁରୀ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ. କେ. ହରପ୍ରସାଦ ଏନେଇ ସୂଚନା ଦେଇଛନ୍ତି । ତେବେ ବିଶ୍ଵର ସବୁଠୁ ବଡଯାତ୍ରାରେ ଲୁଟେରା ଆଯ ଚଳାଇଥିବା ବେଳେ ପୋଲିସ ମଧ୍ୟ ଦେଖାଇଛି ପାରଦର୍ଶିତା। ଯାହା ବେଶ ପ୍ରଶଂସନୀୟ।