ଏଥର ରଜରେ ଭିଜିବେନି ରାଜ୍ୟବାସୀ । ଓଲଟା ଖରା ସାଙ୍ଗକୁ ଗୁଳୁଗୁଳିରେ ସିଝିବେ। କାରଣ ଏଥର ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୧୫ ତାରିଖ କିମ୍ବା ତା’ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ଓଡ଼ିଶାକୁ ୧୨ ସୁଦ୍ଧା ମୌସୁମୀ ଆସିଥାଏ। ଏଥର କିନ୍ତୁ ବିଳମ୍ବ ହୋଇପାରେ। କେବେ ଓଡ଼ିଶା ଆସିବ ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ। ତେବେ ୧୫ କିମ୍ବା ତା’ ପରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହୋଇପାରେ ବା ତା’ଠୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟର ଅନେକ ଅଞ୍ଚଳରେ ଏବେ ସ୍ୱାଭାବିକ ଠାରୁ ଢେର ଅଧିକ ଗ୍ରୀଷ୍ମପ୍ରବାହ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ପ୍ରମାଣିତ ହେଉଛି। ଏହି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ଟି ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ ୫.୫ ଡିଗ୍ରୀ ସେଲସିୟସରୁ ୮.୮ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା। ଭବାନୀପାଟଣାରେ ଗତ ୨୪ ଘଣ୍ଟାରେ ସ୍ୱାଭାବିକ ଠାରୁ ୫.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୫.୫, ସୁନ୍ଦରଗଡ଼ରେ ୫.୯ ଓ କୋରାପୁଟରେ ୬ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା।
Related Posts
ସେବାୟତଙ୍କ ମଧ୍ୟରେ ବିବାଦ, ଉପାସ ରହିଲେ ବାବା ଲିଙ୍ଗରାଜ
- Editor
- August 29, 2023
- 0
ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ
- Editor
- August 17, 2023
- 0
ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ମୁଖ୍ୟମନ୍ତ୍ରୀ
- User 003
- October 27, 2024
- 0