ରଜରେ ଭିଜିବନି, ତାତିବ ଓଡିଶା

ଏଥର ରଜରେ ଭିଜିବନି ଓଡିଶା । ଓଲଟା ବଢିବ ତାତି । ସ୍ବାଭାବିକଠାରୁ ୬ରୁ ୮ଡିଗ୍ରୀ ଉପରେ ରହିବ ପାରଦ। ସିଭିୟର ହିଟଓ୍ବେଭ ପାଇଁ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବି ରାଜ କରିବ ତାତି । ୧୬ ତାରିଖରେ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ୯ ଜିଲ୍ଲାର ତାପମାତ୍ରା । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା ହୋଇଛି । ଉପକୂଳ ଓଡ଼ିଶାରେ ଘାତକ ସାଜିବ ତାତି ସହ ଉଚ୍ଚ ଆର୍ଦ୍ରତା । ତେବେ ଉପକୂଳ ଓଡ଼ିଶାକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆକାଶ ମେଘାଛନ୍ନ ରହିବା ସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ ଏବଂ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ବେଗରେ ପବନ ବହିଛି । ଉପକୂଳକୁ ଆଶ୍ବସ୍ତି ମିଳିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ତାତିର ଅଘୋଷିତ କର୍ଫ୍ୟୁ ।