ଯାଜପୁର ଅହମ୍ମଦନଗରରେ ଇଦ୍-ଉଲ୍-ଆଦା ପାଳିତ

ଯାଜପୁର (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଆଜି ମୁସଲମାନ ସମ୍ପ୍ରଦାୟର ଏକ ବଡ ପର୍ବ ଇଦ୍-ଉଲ୍-ଆଦା । ଏହି ପର୍ବ ସାଧାରଣତଃ ମୁସଲିମ ଭାଇ ମାନଙ୍କ ପାଇଁ ଏକତାର ପର୍ବ ବୋଲି ମାନିଥାନ୍ତି l ଏଥିପାଇଁ ପ୍ରତ୍ଯେକ ମୁସଲିମ ବ୍ୟକ୍ତି ଏହି ପର୍ବକୁ ଅତି ଉତ୍ସାହର ସହିତ ପାଳିଥାନ୍ତି l ସମଗ୍ର ଦେଶ ତଥା ରାଜ୍ୟରେ ଏହି ପର୍ବକୁ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ପାଳନ କରୁଥିବା ବେଳେ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଅହମ୍ମଦନଗର ମସଜିଦରେ ମୁସଲମାନ ସମ୍ପ୍ରଦାୟଙ୍କ ଦ୍ୱାରା ଇଦ୍-ଉଲ୍-ଆଦା ପାଳିତ ହୋଇଥିବା ଦେଖିବାକୁ ମିଳିଛି l

ଆଜି ଏହି ପରିପେକ୍ଷୀ ରେ ବ୍ୟାସନଗର ପୌର ପରିଷଦର ଅହମ୍ମଦନଗର ଓ ତାରିଣୀ ମାର୍କେଟ ସ୍ଥିତ ମସଜିଦରେ ଅତି ଧୂମ ଧାମର ସହିତ ମୁସଲିମ ଭାଇ ମାନେ ଇଦ୍-ଉଲ୍-ଆଦା ପର୍ବ ପାଳୁଥିବା ଦେଖିବାକୁ ମିଳିଛି l

ଆଜି ସକାଳୁ ସକାଳୁ ଗାଧୋଇ ମୁସଲମାନ ବ୍ୟକ୍ତି ମାନେ ମସଜିଦ ଆସି ନମାଜ ପଢି ପରସ୍ପରକୁ ଆଲିଙ୍ଗନ କରି ସାରା ଦେଶକୁ ଏକତାର ବାର୍ତ୍ତା ଦେଇଛନ୍ତି l ସେପଟେ କୁନି କୁନି ମୁସଲମାନ ଭାଇ ଦୁଇଜଣ କୋଳାଗ୍ରତ ହୋଇ ସଭିଙ୍କୁ ଏକତାର ବାର୍ତ୍ତା ଦେଇଥିବା ଦେଖିବାକୁ ମିଳିଛି ।