ମୃତକଙ୍କ ପରିବାରର ଜଣଙ୍କୁ ମିଳୁ ଚାକିରି

ବୁଧବାର ଅପରାହ୍ନରେ ଯାଜପୁର ରୋଡ ଚୂନଭାଟି ସ୍କୁଲ ନିକଟସ୍ଥ ରେଳଧାରଣାରେ ଠିଆ ହୋଇଥିବା ଖାଲି ମାଲଗାଡ଼ି ବଗି ଚଢିଯାଇ ୬ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହେବା ଘଟଣା । ଯାଜପୁର ରୋଡ଼ ରେଳ ଷ୍ଟେସନ ସମ୍ମୁଖରେ INTUC,CITU,AITUC ଯାଜପୁର ରୋଡ଼ ସିଭିଲ ସୋସାଇଟି,କୋରେଇ ସଂଗ୍ରାମ ସମିତି,ସହିଦ ଭାଗତ ସିଂ ଯୁବକ ସଙ୍ଘ ପକ୍ଷରୁ ୩ ଦଫାଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ମୃତକ ଙ୍କ ପରିବାର କୁ ୩୦ଲକ୍ଷର ସହାୟତା ରାଶି , ପରିବାରର ଜଣଙ୍କୁ ନିଯୁକ୍ତି ଓ ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହିତ ଏହି ଦୁର୍ଘଟଣା ପାଇଁ ରେଳ ବିଭାଗକୁ ଦାୟୀ କରିଛନ୍ତି । ଆଗାମୀ ଦିନରେ ଏହି ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ଅଣସଂଗଠିତ ଶ୍ରମିକ ସଙ୍ଘ ର ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ସୂଚନା ଦେଇଛନ୍ତି ।